ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହେଲା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସକାଳ ଛଅଟାରୁ ଚିଲିକା ଓ ଗହିରମଥା ଠାରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ୩ଦିନ ପର୍ଯ୍ୟନ୍ତ ଜାରି ରହିବ । ଚିଲିକା ପାଇଁ ସାତପଡ଼ାରୁ ୮ଟି ଟିମ୍ ଓ ବାଲୁଗାଁରୁ ୧୦ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି ଗହିରମଥାରୁ ୮ଟି ଟିମ୍ ଗଣନା ପାଇଁ ନିୟୋଜିତ ହୋଇଥିବା ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ । ଡଲଫିନ୍ ଗଣନା ପାଇଁ ମୋଟ ୧୮ଟି ଟିମକୁ ନିୟୋଜିତ କରାଯାଇଛି । ଅସ୍ତରଙ୍ଗର ୬ଟି ସ୍ଥାନରେ ଗଣନା କାର୍ଯ୍ୟ ଚାଲିଥିବା ବେଳେ ସେଥିରେ ୨୪ ଜଣ ବନ କର୍ମଚାରୀ ସାମିଲ ହୋଇଛନ୍ତି । ଗଣନା କାର୍ଯ୍ୟ ପାଇଁ ଦିନ ୨ଟା ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଗଣନା କାର୍ଯ୍ୟରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଗଣନା କାର୍ଯ୍ୟ ପାଇଁ ମୋଟ ୧୮ଟି ଟିମରେ ୧୬୦ ଜଣଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପରିବେଶବିତ, ଚିଲିକା ଉନ୍ନୟନ ବିଭାଗ କର୍ମଚାରୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଗଣନା ପାଇଁ ଟିମର ସଦସ୍ୟମାନେ ବୋଟରେ ଯାଇ ଜିପିଏସ ଓ ବାଇନା କୁଲାର ବ୍ୟବହାର କରୁଛନ୍ତି । ଗତବର୍ଷ ଚିଲିକାରେ ୧୬୭ଟି ଡଲଫିନ୍ ଥିବା ଗଣନାରୁ ଜଣାପଡ଼ିଥିଲା।

Related Articles

Back to top button