ହୋଲି ଉତ୍ସବ ଅବସରରେ ରାଜଧାନୀରେ ହତ୍ୟା

ଭୁବନେଶ୍ବରରେ ହୋଲିରେ ଗଡିଲା ମୁଣ୍ଡ । ତେବେ ଭୁବନେଶ୍ବରରେ 2ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ହତ୍ୟା କରିଥିବା ସୂଚନା ରହିଛି । 4ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଅନ୍ୟପଟେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି ।

ଖବର ଅନୁସାରେ, ହୋଲି ଖେଳିବା ସମୟରେ ହଠାତ୍ ବଚସା ହୋଇଥିଲା । ତେବେ ପରିବର୍ତ୍ତି ସମୟରେ ହଠାତ୍ ଉଗ୍ରରୂପ ନେଇଥିଲା । ଏହାପରେ କଥା କଟାକଟିରୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ୩ ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button