ଇମ୍ରାନ୍ ଅଲ୍ଲୀ ପାଇବେ ୧୦ତମ ‘ସମ୍ଭାବୀ ପୁରସ୍କାର’
ଭୁବନେଶ୍ୱର: ଚଳିତବର୍ଷ ଡ. ଏମ୍ଡି ଇମ୍ରାନ୍ ଅଲ୍ଲୀଙ୍କୁ ୧୦ତମ ସମ୍ଭାବୀ ପୁରସ୍କାର ଦିଆଯିବ। ଏ ନେଇ ବୁଧବାର ଏକ ବୈଠକରେ ଜୁରି ସଦସ୍ୟମାନେ ସ୍ଥିର କରିଥିବା ନେଇ ବଂଶୀଧର ଏବଂ ଇଲା ଫାଉଣ୍ଡେଶନ ପକ୍ଷରୁ ସୂଚନାଇଛି। ଡ. ଅଲ୍ଲୀ ନିଶା ନିବାରଣ, ନିଶାମୁକ୍ତ ଶୈଶବ, ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ମିଶନ୍ ଅନ୍ ହୁଇଲ୍ସ, ତମ୍ବାଖୁମୁକ୍ତ ସମାଜ ଓ ନିର୍ଯାତନା ନିରାକରଣ ଆଦି ଉପରେ କାମ କରୁଛନ୍ତି। ପୁରସ୍କାର ବାବଦକୁ ଅଢ଼େଇ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ମାନିତ କରାଯିବ। ସେହିପରି ମାନସିକ ଚାପଗ୍ରସ୍ତ, ଦରିଦ୍ର ତଥା ସମାଜରେ ଅବହେଳିତ ଲୋକଙ୍କୁ ପୁନଃଥଇଥାନ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବଲପୁରର ପରିଚୟ ଫାଉଣ୍ଡେଶନ୍କୁ ଜୁରି କମେଣ୍ଡେଶନ୍ ସାର୍ଟିଫିକେଶନ୍ ପୁରସ୍କାର ଦିଆଯିବ। ୫୦ହଜାର ଟଙ୍କାର ଅର୍ଥରାଶି ସହ ଏହି ଫାଉଣ୍ଡେଶନ୍କୁ ସମ୍ବର୍ଦ୍ଧିତ କରାଯିବ।