ପୁଣିଥରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାମହିମ ରାଷ୍ଟ୍ରପତି ଆସନ୍ତା ଫେବୃଆରୀ ୨୯ ତାରିଖରେ ଓଡିଶା ଆସୁଥିବା ବେଳେ ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହେବାକୁ ଥିବା ୨୫ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସୂଚନା ଦେଇଛନ୍ତି।

ସଜେଇ ହେଉଛି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ। ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବ ପାଇଁ ଏହି ସାଜସଜା ଆରମ୍ଭ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଉଥିବାରୁ ବିଶ୍ୱବିଦ୍ୟାଳୟର ସମସ୍ତେ ଉତ୍ସlହିତ ଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ୪୩ ଜଣ ଛାତ୍ରଛାତ୍ରୀଙ୍କୁ PhD ଡିଗ୍ରୀ ପ୍ରଦାନ କରିବା ସହ ପ୍ରତ୍ୟେକ ବିଭାଗର ୩୫ ଜଣ ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ, ୩ ଜଣଙ୍କୁ ଡିଲିଟ, ଜଣଙ୍କୁ ଡ଼ିଏସସି ପ୍ରଦାନ କରାଯିବର କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ପ୍ରାୟ ଏକ ଘଣ୍ଟା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ତେବେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଦେଶର ସାମ୍ବିଧାନିକ ମୁଖ୍ୟ ତଥା ରାଷ୍ଟ୍ରପତିଙ୍କ ଯୋଗଦାନର ଏହା ଦ୍ବିତୀୟ ଅବସର ହେବ। ପୂର୍ବରୁ ୧୯୭୨ ମସିହାରେ ସମାବର୍ତ୍ତନ ଉତ୍ସବରେ ଚତୁର୍ଥ ରାଷ୍ଟ୍ରପତି ଭିଭି ଗିରି ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ। ସେହିପରି ଦେଶର ୭ମ ଉପରାଷ୍ଟ୍ରପତି ଥିବା ବେଳେ ଆର୍. ଭେଙ୍କଟରମଣ ବିଶ୍ବ ବିଦ୍ୟାଳୟ ଗସ୍ତରେ ଆସିଥିଲେ।

ଚଳିତ ମାସ ୨୯ ତାରିଖରେ ଓଡିଶା ଗସ୍ତରେ ଆସି ଖିଚିଂ ଠାରେ ଥିବା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ଠାକୁରାଣୀଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି। ଏନେଇ ଖିଚିଂ ମନ୍ଦିର କାର୍ଯ୍ୟାଳୟକୁ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦିଆଯାଇଛି। ତେବେ ଓଡିଶା ଗସ୍ତ ବେଳେ ସିଲଭର ସିଟି କଟକ ସ୍ଥିତ ନେତାଜୀ ଇନ୍ଦୋର ଷ୍ଟାଡିଅମରେ ପ୍ରଜାପିତା ବ୍ରହ୍ମକୁମାରୀ ସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Related Articles

Back to top button