ବାଧ୍ୟତାମୂଳକ ନୁହେଁ RTOରେ ଡ୍ରାଇଭିଂ ଟେଷ୍ଟ

ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ। ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ ପାଇଁ ମଧ୍ୟ ଆରଟିଓ ଯିବାକୁ ପଡିବନି। ଯେଉଁ ଟ୍ରେନିଂ ସେଣ୍ଟରରେ ଟେଷ୍ଟ ଦେଇଥିବେ, ସେହିଠାରୁ ସାର୍ଟିଫିକେଟ ପାଇପାରିବେ। ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନର ଡ୍ରାଇଭିଂ ଲାଇସେନ୍ସ ପାଇଁ ଫିଜିକାଲ ଟେଷ୍ଟକୁ ହ୍ରାସ କରିଛି।

ଡ୍ରାଇଭିଂ ତାଲିମ କେନ୍ଦ୍ରଗୁଡ଼ିକରେ ହାଲୁକା ମୋଟର ଯାନ ତାଲିମ ପାଇଁ ସର୍ବନିମ୍ନ ଏକ ଏକର ଜମି ଏବଂ ଭାରୀ ମୋଟର ଯାନ ତାଲିମ ପାଇଁ ୨ ଏକର ରହିବା ଜରୁରୀ।ସ୍କୁଲଗୁଡିକରେ ଆବଶ୍ୟକୀୟ ସୁବିଧା ରହିଥିବା ଆବଶ୍ୟକ। ପ୍ରଶିକ୍ଷକମାନେ ନିଶ୍ଚିତ ଭାବରେ ଏକ ଉଚ୍ଚ ବିଦ୍ୟାଳୟର ଡିପ୍ଲୋମା, ଅତି କମରେ ୫ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ବାୟୋମେଟ୍ରିକ୍ସ ଏବଂ ଆଇଟି ସିଷ୍ଟମ ସହିତ ପରିଚିତ ହେବା ଆବଶ୍ୟକ।

ହାଲୁକା ମୋଟର ଯାନ : ୪ ସପ୍ତାହ ମଧ୍ୟରେ ୨୯ ଘଣ୍ଟା ଟ୍ରେନିଂ ଦିଆଯିବ, ଯେଉଁଥିରେ ୮ ଘଣ୍ଟାର ଥିଓରି ଏବଂ ୨୧ ଘଣ୍ଟା ପ୍ରାକ୍ଟିକାଲ କରାଯିବ। ଭାରୀ ମୋଟର ଯାନ : ୬ ସପ୍ତାହ ମଧ୍ୟରେ ୩୮ ଘଣ୍ଟା, ୮ ଘଣ୍ଟା ଥିଓରି ଏବଂ ୩୧ ଘଣ୍ଟା ପ୍ରାକ୍ଟିକାଲ।ଲାନର୍ସ ଲାଇସେନ୍ସ ପାଇଁ ୧୦୦ଟ ଙ୍କା ରହିଥିବା ବେଳେ ଲାନର୍ସ ଲାଇସେନ୍ସ ଟେଷ୍ଟ ପାଇଁ ୫୦ ଟଙ୍କା ରହିଛି। ଡ୍ରାଇଭିଂ ଟେଷ୍ଟ ପାଇଁ ୩୦୦ ଟଙ୍କା ରହିଥିବା ବେଳେ ଡ୍ରାଇଭିଂ ଲାଇସେନ୍ସ ୨୦୦ ଟଙ୍କା ରହିଛି। ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ଅନୁମତି ୧,୦୦୦ ଟଙ୍କା ରହିଛି।

Related Articles

Back to top button