
ଗୌହାଟିରୁ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କଲା ଓଡ଼ିଶା ପୋଲିସର ଏସଟିଏଫ୍
ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫ୍ ଆସାମରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଗିରଫ ଜଣଙ୍କ ସଲିମ ଅହମ୍ମଦ ଘର ମଣିପୁରର ଇମ୍ଫାଲରେ । ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।
ଅଭିଯୁକ୍ତ ଠାରୁ ଏକ ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର୍ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି । ପୂର୍ବରୁ ଏସଟିଏଫ୍ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା ବେଳେ ଏସଟିଏଫ୍ ଡ୍ରଗ୍ସ କାରବାର ମୁଖ୍ୟ ସଲିମ୍ ବିଷୟରେ ଜାଣିବାକୁ ପାଇଥିଲା ।
ସେବେଠୁ ଏସଟିଏଫକୁ ଚକମା ଦେଇ ସଲିମ୍ ଗୌହାଟିରେ ଲୁଚି ଥିଲା । ସ୍ଥାନୀୟ ପୋଲିସ ସହାୟତାରେ ସଲିମକୁ ଗିରଫ ପରେ ଓଡ଼ିଶା ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି ଏସଟିଫଏ । ଅଭିଯୁକ୍ତକୁ କଟକ ଜିଲ୍ଲା ଜଜରେ ହାଜର କରାଯିବ । ଅଧିକ ତଦନ୍ତ ଜାରି ରହିଛି ।