ପଶ୍ଚିମା ଝଡ ପ୍ରଭାବରେ ୩୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

୩୧ ତାରିଖରୁ ପୁଣି ଭିଜିବ ଓଡିଶା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖ ସକାଳ ଯାଏ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଆଜି ୧୩ ଡିଗ୍ରୀ ତଳେ ରହିଛି ୧୨ ସହରର ତାପମାତ୍ରା । ସୁନ୍ଦରଗଡ଼ର ତାପମାତ୍ରା ୮ ଡିଗ୍ରୀକୁ ଖସିଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଜାଡ ବଢିଥିବା ପାଣିପାଗ ବିଭାଗ କହିଛି ।ଅନ୍ୟପଟେ ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି ।

Related Articles

Back to top button