ରାଜଧାନୀରେ ଇ-ବସ୍ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀରେ ଗଡ଼ିଲା ଇ-ରିକ୍ସା ଓ ଇ-ବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏୟାରପୋର୍ଟ ଛକରେ ଇ-ବସ୍ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ୧୦ଟି ଇ -ବସ ଓ ୫୦ ଟି ଇ-ରିକ୍ସା ଗଡିଛି । କ୍ରୁଟ ପକ୍ଷରୁ ଗାଇଡ୍ ଭାବେ ୫୦% ମହିଳାଙ୍କୁ ନିଯୁକ୍ତି ମିଳିଛି।

ସବୁଜ ସହର ପରିକଳ୍ପନା, ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଏବଂ ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ଏହା ସହାୟକ ହେବ। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋ ବସ, ଇ-ବସ, ଇ-ରିକ୍ସା ସେବାକୁ ବ୍ୟବହାର କଲେ ଟ୍ରାଫିକ ସମସ୍ୟାରେ ନିୟମିତ ସୁଧାର ଆସିପାରିବ। ବାୟୁ ପ୍ରଦୂଷଣକୁ ରୋକି ହେବ।  ମୁଖ୍ୟତଃ ପେଟ୍ରୋଲ ଓ ଡିଜେଲ ଚାଳିତ ବସ ଚଳାଚଳ କରୁଥିବାରୁ ବାୟୁମଣ୍ଡଳରେ ପ୍ରଦୂଷଣ ବଢୁଛି। ଏହାକୁ ହ୍ରାସ କରିବା ନିମନ୍ତେ ରାଜଧାନୀରେ କ୍ରୁଟ ପକ୍ଷରୁ ଇ-ବସ ଓ ଇ-ରିକ୍ସା ଚଳାଚଳ ଆରମ୍ଭ ହେଇଛି। ଏଥିପାଇଁ କ୍ରୁଟ ୧୦ ଇ-ବସ ଆଣି ପରୀକ୍ଷା ମୂଳକ ଭାବେ ସହରର ବିଭିନ୍ନ ମାର୍ଗରେ ଚଳାଚଳ କରୁଥିଲେ। ଇ-ବସରେ ବାଲିବସ୍ତା ରଖି ଚଳାଚଳ କରୁଥିବା ବେଳେ ଶୁକ୍ରବାରଠାରୁ ଏହି ବସ ଯାତ୍ରୀଙ୍କୁ ସେବା ପ୍ରଦାନ ଆରମ୍ଭ କରିଛି। ରାଜଧାନୀରେ ମୋଟ ୫୦ଟି ଇ-ବସ ଚଳାଇବାକୁ କ୍ରୁଟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଇ-ବସ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୪୦ ଇ-ବସ ଆଣି ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି।

Related Articles

Back to top button