୪ ଦିନ ମଧ୍ୟରେ ସରିବ e-KYC ଯାଞ୍ଚ : ପରବର୍ତ୍ତୀ ସମୟରେ ଇ-କେୱାଇସି ପାଇଁ ସରକାର କରିବେ ବିଚାର

ଆଉ ୪ ଦିନ ମଧ୍ୟରେ ସରିବ e-KYC ଯାଞ୍ଚ । ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଲୋକେ କେୱାଇସି ଅପଡେଟ କରିନାହାନ୍ତି । ତେବେ ଯଦି କେହି ଇ-କେୱାଇସି ସମୟ ସିମା ମଧ୍ୟରେ ଅପଡେଟ୍ କରି ନାହାଁନ୍ତି ତେବେ ସେମାନେ ଉପଯୁକ୍ତ କାରଣ ଦର୍ଶାଇବା ସହ ଲିଖିତ ଆକାରରେ ପରବର୍ତ୍ତୀ ସମୟରେ ନିଜ e-KYC ଅପଡେଟ୍ କରିପାରିବେ । ପରବର୍ତ୍ତୀ ସମୟରେ ଇ-କେୱାଇସି ପାଇଁ ସରକାର ବିଚାର କରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକେ e-KYC କରିସାରିଲେଣି ଏବଂ ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ e-KYC କରି ନାହାଁନ୍ତି ।

Related Articles

Back to top button