
ଇରାନରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୩
ତେହେରାନ: ଇରାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ଇରାନର ଦକ୍ଷିଣ ଉପକୂଳରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଛି। ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅନେକ ଲୋକ ସେମାନଙ୍କ ଘରୁ ବାହାରି ଆସିଲେ। ଭୂକମ୍ପରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ମିଳିନାହିଁ।
ଏହାପୂର୍ବରୁ ଜାନୁୟାରୀ ୨୮ରେ ଇରାନରେ ଭୂକମ୍ପରେ ପ୍ରବଳ କମ୍ପନ ହୋଇଥିଲା। ଉତ୍ତର-ପଶ୍ଚିମ ଇରାନର ଖୋୟ ସହରରେ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ୭ ଜଣ ପ୍ରାଣ ହରାଇଥିବାବେଳେ ୪୪୦ ଜଣ ଆହତ ହୋଇଥିବା କୁହାଯାଉଛି।