ଭୁବନେଶ୍ୱରରେ ଗଡ଼ିବ ଇ-ବସ୍‌, ଇ-ରିକ୍ସା

ଆସନ୍ତା ୨୯ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଇ-ବସ୍‌ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ଇ-ବସ ଏବଂ ୪୫ଟି ଇ-ରିକ୍ସା ଚାଲିବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ମୁଖ୍ୟ ରାସ୍ତାରେ ମୋ ବସ ସେବା ଦେଉଥିବା ବେଳେ ଗଳିରେ ଇ-ରିକ୍ସା ଚାଲିବ । ବସ୍ରୁ ଓହ୍ଲାଇବା ପରେ ଘର ପର୍ଯ୍ୟନ୍ତ ଯିବାକୁ ଇ-ରିକ୍ସା ସେବା ଯୋଗାଇବ । ଏଥିରେ ୩ କିମି ରାସ୍ତା ଯିବାକୁ ୧୦ ଟଙ୍କା ମୂଲ୍ୟ ରଖାଯାଇଛି । ଏହାଦ୍ୱାରା ସାଧାରଣ ଯାତ୍ରୀ ଲାଭ ପାଇବେ। ଏହି ବସ ଚାଲିବା ଦ୍ୱାରା ଧୂଆଁ ବାହାରିବ ନାହିଁ। ଏଣୁ ପରିବେଶ ପ୍ରଦୂଷଣ ହେବନାହିଁ । ଏହି ଇ-ବସ୍‌ ଆରାମଦାୟକ ଯାତ୍ରା ସହ ତ୍ୱରିତ ସେବା ଯୋଗାଇବ ବୋଲି କ୍ରୁଟ ଆଶା ରଖିଛି।

Related Articles

Back to top button