ଅର୍ଚ୍ଚନା ଓ ତାଙ୍କ ସହଯୋଗୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଅର୍ଚ୍ଚନା ଓ ତାଙ୍କ ସବୁ ସହଯୋଗୀଙ୍କ ସମ୍ପତ୍ତି ହୋଇପାରେ ବାଜ୍ୟାପ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଇଡି । ଅନ୍ୟପକ୍ଷେ ତଦନ୍ତ ପାଇଁ ଏବେ ଝାରପଡା ଜେଲରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟର ଟିମ ।ଜଣେ ମହିଳା ଅଧିକାରୀ ଙ୍କ ସହ ୪ ଜଣିଆ ଟିମ ପହଞ୍ଚିଛନ୍ତି ଝରପଡ଼ା ଜେଲରେ । ଜେଲରେ ପୁଣି ଅର୍ଚ୍ଚନାଙ୍କୁ ଜେରା କରିବେ ଜେଲରେ ଇଡି ଅଧିକାରୀ । ଅର୍ଚ୍ଚନାଙ୍କୁ ଜେରା ପାଇଁ ଅନୁମତି ଦେଇଛନ୍ତି କୋର୍ଟ  । ଆସନ୍ତାକାଲି ଖଗେଶ୍ବରଙ୍କୁ ବି ଜେରା କରିବ ଇଡି । ପାଇଁ ଇଡି ୩ ଜଣଙ୍କୁ ନୋଟିସ କରିଛି  ।

ଅର୍ଚ୍ଚନା ଓ ତାଙ୍କ ସହଯୋଗୀ ଖଗେଶ୍ୱର, ଜଗବନ୍ଧୁଙ୍କୁ ନୋଟିସ କରିବ ଇଡି । ଯଦି ଠିକ ଉତ୍ତର ନ ମିଳେ ତେବେ ବାଜ୍ୟାପ୍ତି ହୋଇପାରେ ସମ୍ପତ୍ତି । କାରଣ ଉତ୍ତର ନ ଦେଲେ କାହିଁକି ସମ୍ପତ୍ତି ବାଜ୍ୟାପ୍ତି ନ ହେବ ସେଥିନେଇ ପ୍ରଶ୍ନ କରିପାରେ ଇଡି । ହୁଏତ ଏ ସମ୍ପର୍କିତ ନୋଟିସ ନେଇ ଆଜି ଝାରପଡା ଜେଲ ଯାଇଥାଇପାରେ ଇଡି ।

ଏହା ପୂର୍ବରୁ ଅର୍ଥାତ ଗତକାଲି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଇଡିରେ ହାଜର ହୋଇଥିଲେ । ଦୀର୍ଘ ୬ ଘଣ୍ଟା କାଳ ଇଡି ତାଙ୍କୁ ଜେରା କରିଥିଲା । ଅର୍ଚ୍ଚନା ତାଙ୍କ ଘରେ ଭଡାରେ ଥିଲେ । ସେ ସମ୍ପର୍କରେ ଇଡି ତାଙ୍କୁ ପ୍ରଶ୍ନ କରିଥିଲେ ବୋଲି ପ୍ରମୋଦ କହିଥିଲେ । ଅନ୍ୟପକ୍ଷେ ଆସନ୍ତା କାଲି ଅର୍ଥାତ ଗୁରୁବାର ମଧ୍ୟ ଖଗେଶ୍ୱରକୁ ଜେରା କରାଯିବ ।

Related Articles

Back to top button