ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ

ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ କରିଛି । ବୁଧବାର ସକାଳେ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଓ ଦିଲ୍ଲୀରେ ଗୋଟିଏ ସ୍ଥାନରେ ଚଢଉ କରିଛି । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢଉ କରାଯାଇଥିବା ଜଣାଯାଇଛି ।

ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ। ଏଥିସହ ସେ ଯାତ୍ରା ବିଶ୍ୱ ଦରବାରର ମାଲିକ । ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲା । ସୂଚନାଯୋଗ୍ୟ, କ୍ଷୀରୋଦ ମଲ୍ଲିକ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ ହେଁ ତାହା ପରିଶୋଧ କରି ନ ଥିଲେ । ଫଳରେ ବିଶ୍ୱଙ୍କ ବିରୋଧରେ ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଥିଲା । ପୂର୍ବରୁ ମଧ୍ୟ ବିଶ୍ୱ ଏନଜିଓରେ କ୍ରାଇମବ୍ରାଞ୍ଚ ଓ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା। ସେତେବେଳେ ବିଜେଡି ସରକାର ଥିବାରୁ କ୍ରାଇମବ୍ରାଞ୍ଚ ଓ ଇଡି ଚଢ଼ାଉ ସତ୍ତ୍ୱେ ସେପରି କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଆଜି ପୁଣି ବିଶ୍ୱ ଏନଜିଓରେ ଇଡି ଚଢ଼ାଉ କରାଯାଇଛି।

Related Articles

Back to top button