୧୦ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଷ୍ଟିଅରିଂ ଛାଡ ଆନ୍ଦୋଳନ । ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନସନ୍ ସୁବିଧା, ସମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମଗାର ନିର୍ମାଣ ସମେତ ୧୦ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓଲ୍ହାଇ ଛନ୍ତି । ଶହ ଶହ ସଂଖ୍ୟାରେ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ହଳଦିଆ ନମ୍ବର ଥିବା ଗାଇ ଅଟକାଇ ପ୍ରତିବାଦଚ କରାଯାଉଛି । ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଅଧିକ ମାତଆରେ ଦେଖିବାକୁ ମିଳିଛି । ସମ୍ବଲପୁର ଅଇଁଠାପାଲି ଛକ ନିକଟରେ ଡ୍ରାଇଭରମାନେ ରାସ୍ତା ଅବରୋଧ କରିଛନ୍ତି । ବସ୍ ମଲିକଙ୍କ ସହ ମୁହଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୁଚିଣ୍ଡା, ବୁର୍ଲା ଓ ହିରାକୁଦରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଭଦ୍ରକ ଓ ବନ୍ତା ଅଞ୍ଚଳରେ ବସ ଅଟକାଇ ଡ୍ରାଇଭରମାନେ ପ୍ରତିବାଦ ଦେଖିବାକୁ ମିଳିଛି।

ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବୁଧବାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପୁରୁଣା ପେନସନ ଲାଗୁ କରିବା, ଖାଲି ପଦବୀ ପୂରଣ କରିବା, ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା, ଘରୋଇ କରଣ ବନ୍ଦ କରିବା, ଅଷ୍ଟମ ବେତନ କମିଶନ ଗଠନ କରିବା, ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ଆଦି ୭ ଦଫା ଦାବି ରେ ଭଦ୍ରକ ସହରର ବାଇପାସଠାରେ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି। ଜିଲାର ସମସ୍ତ ମୁଖ୍ୟ ରାସ୍ତାରେ ଗାଡ଼ି ଅଟକାଇବା ସହ ପ୍ରତିବାଦ କରିଥିଲେ। ଘରୋଇ ବସ୍‌ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ବହୁ ଅସୁବିଧା ଭୋଗୁଥିବା ବେଳେ କମର୍ସିଆଲ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।

ଖୋର୍ଦ୍ଧା ତମାଣ୍ଡୋରେ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରାଯାଉଛି । ଶହ ଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରି ଧାରଣାରେ ବସିଛନ୍ତି । କିନ୍ତୁ ରାସ୍ତାରେ ଯାଉଥିବା ଗାଡିମଟରକୁ ଯିବା ପାଇଁ ଦେଉଛନ୍ତି । ଯାତ୍ରୀମାନଙ୍କର ଯେପରି କିଛି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଦିଆଯାଉଛି । ଅପରପକ୍ଷରେ ଆନ୍ଦୋଳନରେ ସହଯୋଗ କରିବା ପାଇଁ ଲୋକଙ୍କ ଅନୁରୋଧ କରାଯାଉଛି । ଏହି ଆନ୍ଦୋଳନକୁ ୨୦ରୁ ଅଧିକ ସଂଘ ସମର୍ଥନ ଜଣାଛନ୍ତି।

ଅନ୍ୟପକ୍ଷରେ ଲୋକଙ୍କୁ ହଇରାଣ ନ କରିବା ପାଇଁ ଚେତାବନୀ ଦିଆଯାଇଛି । ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ ସେ ପ୍ରତି ଧ୍ୟାନ ଦେବାକୁ ପୋଳିସ କମିଶନର ପକ୍ଷରୁ କୁହାଯାଇଛି । ଲୋକଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଆନ୍ଦୋଳନରେ ଲୋକ ହଇରାଣ ହେଲେ ୧୧୨ ନମ୍ବରକୁ ଫୋନ୍ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

Related Articles

Back to top button