
ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ କମିଶନ
ଚଳିତ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଆଜି ନିର୍ବାଚନ କମିଶନ ପର୍ଯ୍ୟାବେଜ୍ଷ୍କ ନିଯୁକ୍ତ କରିଛନ୍ତି। ୬ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ବିହାର, ମହାରାଷ୍ଟ୍ର, ଓଡିଶା, ବିହାର ଓ ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବା ସହ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।
ପ୍ରଶାସନିକ ସେବାରେ ବିଶେଷ ଦକ୍ଷତା ହାସଲ କରିଥିବା ଅବସରପ୍ରାପ୍ତ ଆଇଏଏସ ଓ ଆଇପିଏସ ମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବା କମିଶନ କହିଛନ୍ତି। ସମ୍ପୃକ୍ତ ପର୍ଯ୍ୟବେକ୍ଷକ ମାନେ ସୁରକ୍ଷା କର୍ମୀ ମୁତୟନ, ଭୋଟିଂ ମେସିନ ଓ ଖର୍ଚ୍ଚ ବିବରଣୀ ତଦାରଖ କରିବା ସହ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବେ।
ସୂଚନା ଅନୁଯାୟୀ, ଓଡିଶା ପାଇଁ ଅବସରପ୍ରାପ୍ତ ଆଇଏଏସ ଯୋଗେନ୍ଦ୍ର ତ୍ରିପାଠୀଙ୍କୁ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅବସରପ୍ରାପ୍ତ ଆଇପିଏସ ରଜନୀକାନ୍ତ ମିଶ୍ରଙ୍କୁ ପୁଲିସ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ପୂର୍ବତନ ଆଇଆରଏସ ହିମାଳିନୀ କଶ୍ୟପଙ୍କୁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।