ଓଡ଼ିଶାରେ ଚଳିତ ବର୍ଷ ବିଦ୍ୟୁତ୍‌ ଶୁଳ୍କ ବଢ଼ିପାରେ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁଳ୍କ ବୃଦ୍ଧି ନେଇ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ଓଏଚ୍‌ପିସି, ଓପିଟିସିଏଲ୍‌, ଏସ୍‌ଏଲ୍‌ଡିସି, ଗ୍ରୀଡ୍‌କୋର ଶୁଣାଣି ବୁଧବାର ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ରେ ଶେଷ ହୋଇଛି। ଆସନ୍ତା ୨୪ରୁ ୨୮ ତାରିଖ ମଧ୍ୟରେ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀଗୁଡ଼ିକର ଶୁଣାଣି ହେବ। ମାର୍ଚ୍ଚ ତୃତୀୟ ସପ୍ତାହରେ କମିଶନ ରାୟ ଶୁଣାଇବେ। ଚଳିତ ବର୍ଷ ବିଦ୍ୟୁତ୍‌ ଶୁଳ୍କ ବଢ଼ିବା ନେଇ ସୂଚନା ମିଳୁଛି। ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଶୁଳ୍କ ବୃଦ୍ଧି ନେଇ ଓଇଆରସି କି ନିଷ୍ପତ୍ତି ନେଇଛନ୍ତି ତାହା ଉପରେ ନଜର ରହିଛି।

ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି)ର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆନୁଆଲ ରେଭିନ୍ୟୁ ରିକ୍ୱାରମେଣ୍ଟ (ଏଆରଆର) ୫୦୧.୩୧ କୋଟି ଏବଂ ପ୍ରତି ୟୁନିଟ୍‌କୁ ୮୯.୪୮ ପଇସାରେ ବିକ୍ରି କରିବାକୁ ଓଇଆରସି ଅନୁମତି ଦେଇଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ୫୬୦୨.୬୦ ନିୟୁତ ୟୁନିଟ ଶକ୍ତି ବିକ୍ରି କରିବ। ଏଆରଆର ବାବଦରେ ୫୬୮.୧୨୭ କୋଟି ଏବଂ ୟୁନିଟ ପିଛା ୧୦୧.୪୦ ପଇସାରେ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ସେହିପରି ଓପିଜିସି ଆସନ୍ତା ଆର୍ଥିକ ବର୍ଷ ପାଇଁ ବାର୍ଷିକ ନିର୍ଦ୍ଧାରିତ ମୂଲ୍ୟ ୨୯୨.୫୮ କୋଟି ଏବଂ ପ୍ରତି

ୟୁନିଟକୁ ୧୭୮.୮୫ ପଇସା ମୂଲ୍ୟରେ ଗ୍ରୀଡ୍‌କୋକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ଅନୁରୂପ ଭାବେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓପିିଟିସିଏଲ୍‌ ୩୪,୨୩୬ ନିୟୁତ ୟୁନିଟ ଉତ୍ପାଦନ ବାବଦରେ ୧,୧୦୨ କୋଟି ଖର୍ଚ୍ଚ କରିବାକୁ ଥିବାବେଳେ ପ୍ରତି ୟୁନିଟକୁ ୩୨.୧୯ ପଇସା ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ବୁଧବାର ଗ୍ରୀଡ୍‌କୋର ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି।

Related Articles

Back to top button