
ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି ।
ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି । ବିଧାନସଭାରେ ଶକ୍ତି ମନ୍ତ୍ରୀ କେଭି ସିଂହଦେଓଙ୍କ ଉତ୍ତର । ବିଦ୍ୟୁତକରଣ ହୋଇନଥିବା ଘରକୁ ସେପ୍ଟେମ୍ବର ସୁଦ୍ଧା ପହଞ୍ଚିବ ବିଜୁଳି । ସବୁ ଘରକୁ ବିଜୁଳି ପାଇଁ ଡିସ୍କମ୍କୁ ୪୧୫ କୋଟି ଦେଇଛନ୍ତି ସରକାର ।ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ବିଦ୍ୟୁତ । ବିଧାନସଭାରେ ଏଭଳି ଘୋଷଣା କଲେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ୍ୟ ସରକାର ବିଦ୍ୟୁତକରଣ ହୋଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସବୁ ଘରକୁ ବିଜୁଳି ଯୋଗାଇବା ପାଇଁ ରାଜ୍ୟ ସରକାର ୪୧୫ କୋଟି ଟଙ୍କା ସମସ୍ତ ଡିସକମ ମାନଙ୍କୁ ଯୋଗାଇ ଦେଇଛନ୍ତି ।