ଖୁଣ୍ଟୁଣି ଜଙ୍ଗଲ ଗଲା ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ନରହନ୍ତା ଦନ୍ତା

କଟକ: ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ମାଈହାତୀ ଟ୍ରାଙ୍କୁଲାଇଜ ହେବା ପରେ ଆଜି ସକାଳୁ ସ୍ଥାନାନ୍ତରିତ ହୋଇଛି । ହାତୀଟିକୁ ଖୁଣ୍ଟୁଣି ଜଙ୍ଗଲକୁ ନିଆଯାଇଛି । ତେବେ 3 ଟିକିଆ ଏହି ହାତୀପଲ ଖୁଣ୍ଟୁଣୀ ଜଙ୍ଗଲ ଅଞ୍ଚଳରୁ ନିଜ ଗୋଠରୁ ପଳାଇ ଆସିଥିଲେ । ବିଳମ୍ବିତ ରାତିରୁ ଜଗତପୁର ଅଞ୍ଚଳରେ ପଶି ୨ ଲୋକଙ୍କୁ ମାରିବା ସହ ଅନେକ କ୍ଷୟକ୍ଷତି ଘଟାଇଥିଲେ । ବୁଧବାର ଅପରାହ୍ନରେ ମାଈହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ ଥିବାବେଳେ ଗତକାଲି ରାତି ତମାମ ତା’ର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିଲା । ପରେ ତାକୁ ଖୁଣ୍ଟୁଣି ଜଙ୍ଗଲରେ ଛାଡିଛି ବନ ବିଭାଗ ।

Related Articles

Back to top button