ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ

କଟକ: ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। କଟକ ସ୍ଥିତ ସିଡିଏ-୯ନଂ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଲେଖକ ରଣଜିତ୍‌ ୧୯୫୭ ମସିହା ମାର୍ଚ୍ଚ ୨୦ ତାରିଖରେ ରଣଜିତଙ୍କ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ନାଟକ, ସାହିତ୍ୟ, ସଙ୍ଗୀତ ପ୍ରତି ଦୁର୍ବଳତା ରହିଥିଲା । ସେ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ସଂଗୀତକାର ଓ ଚିତ୍ରନାଟ୍ୟକାର ମଧ୍ୟ । ବହୁ ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଛନ୍ତି ।

Related Articles

Back to top button