ରତ୍ନ ଭଣ୍ଡାରରୁ ସ୍ଥାନାନ୍ତରଣ ଶେଷ ହେଲା ଖାଲି ସିନ୍ଦୁକ ଓ ଆଲମିରା

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ଶେଷ ହୋଇଛି। ଶୁକ୍ରବାର ଦିନ ୧ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଥିବା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଏକ କୋଠରୀକୁ ସ୍ଥାନାନ୍ତର କରାଯାଇଛି ସିନ୍ଦୁକ ଓ ଆଲମିରା। ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ଏସଓପି ଅନୁସାରେ ଦିନ ୧ଟାରୁ ସ୍ଥାନାନ୍ତରଣ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।ତେବେ ପ୍ରଥମେ ବାହାର ରତ୍ନ ଭଣ୍ଡାର ଓ ପରେ ଭିତର ରତ୍ନ ଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯାଥିଲା। ଏଥିସହ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

Related Articles

Back to top button