ବାରବାଟୀକୁ ଫେରିଲା ଆନ୍ତର୍ଜାତୀୟ ମ୍ୟାଚ

ବାରବାଟୀକୁ ଫେରିଲା ଆନ୍ତର୍ଜାତୀୟ ମ୍ୟାଚ। ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ୨୦୨୫ ଫେବୃଆରୀ ୯ ତାରିଖ ଦିନ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ।ଏହିଦିନ ବାରବାଟୀରେ ମୁହାଁମୁହିଁ ହେବ ଭାରତ ଓ ଇଂଲଣ୍ଡ । ଦ୍ବିତୀୟ ଦିନିକିଆରେ ଉଭୟ ଟିମ୍ ବାରବାଟୀରେ ପରସ୍ପରକୁ ଭେଟିବେ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୨୫ରେ ଇଂଲଣ୍ଡ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ ଖେଳିବ। ଏହି ଅବସରରେ ଭାରତ-ଇଂଲଣ୍ଡ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ ନାଗପୁର, ଦ୍ବିତୀୟ ମ୍ୟାଚ କଟକ ଏବଂ ତୃତୀୟ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ।

ପ୍ରାୟ ୫ ବର୍ଷ ପରେ ବାରବାଟୀକୁ ଫେରିଲା ୱାନ ଡେ ମ୍ୟାଚ। ଶେଷ ଥର ପାଇଁ ୨୦୧୯ ଡିସେମ୍ବରରେ ୱାନ ଡେ ଖେଳାଯାଇଥିଲା। ୨୦୨୫ ଆରମ୍ଭରେ ଇଂଲଣ୍ଡ ଭାରତକୁ ଟି-୨୦ ଓ ଦିନିକିଆ ସିରିଜ ଖେଳିବାକୁ ଆସିବ। ଉଭୟ ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ହେବାକୁ ଥିବା ବେଳେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ। ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଥିଲା।

Related Articles

Back to top button