ଜାଲ ଏଲଆଇସି ସାର୍ଟିଫିକେଟ୍ ଜରିଆରେ ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ବର: କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ବରିଷ୍ଠ କିରାଣୀ ଓ ପୂର୍ବତନ ଏଲଆଇସି ଏଜେଣ୍ଟଙ୍କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଥିବା ଜଣାଯାଇଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା ଶାଖାର ଅବସରପ୍ରାପ୍ତ ଶାଖା ପରିଚାଳକ ଶେଖ୍ ଅବଦୁଲ ହାୟୀ, ଖ୍ରୀଷ୍ଟ ମହାବିଦ୍ୟାଳୟର ସଂପ୍ରସାରଣ କାଉଣ୍ଟରର ବରିଷ୍ଠ ସହାୟକ ପ୍ରକାଶ କୁମାର ମହାପାତ୍ର ଓ ପ୍ରାକ୍ତନ ଏଲଆଇସି ଏଜେଣ୍ଟ ମୁସ୍ତାକିମ୍ ରଜା। ମୁସ୍ତାକିମ୍ ରଜା ୨୦୦୨ରୁ ୨୦୨୨ ଯାଏ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବା ଜଣାଯାଇଛି।  ଏମାନଙ୍କୁ ଗତକାଲି କଟକରୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ ଜେଏମଏଫସି କେର୍ଟରେ ହାଜର କରାଯାଇଛି। ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ୨୦୧୯ରୁ ୨୦୨୧ ମଧ୍ୟରେ ୩ଜଣଙ୍କୁ ଜାଲି ଏଲଆଇସି ସାର୍ଟିଫିକେଟ୍ ଜରିଆରେ ୩.୮୨ କୋଟି ଟଙ୍କାର ୮ଟି  ଋଣ ଦେଇଥିଲେ। ଏହାର ପରିମାଣ ଏବେ ୪.୧୩ କୋଟିରେ ପହଞ୍ଚିଥିବା ଜଣାଯାଇଛି।

Related Articles

Back to top button