
ଆଜି ବି ପଶ୍ଚିମବଙ୍ଗରୁ ଓଡିଶାକୁ ଆସି ପାରିନି ଆଳୁ ଟ୍ରକ୍ ।
ଆଜି ବି ପଶ୍ଚିମବଙ୍ଗରୁ ଓଡିଶାକୁ ଆସି ପାରିନି ଆଳୁ ଟ୍ରକ୍ । ସୀମାରେ ନାକା ପଏଣ୍ଟ କରି ଚେକିଂ ଜୋରଦାର କରୁଛି । ସୀମାରୁ ୫ରୁ୬ କିଲୋମିଟର ଦୂରରେ ଆଳୁ ଗାଡି ଅଟକି ରହିଛି।ଏପଟେ ବାରମ୍ବାର ଯୋଗାଣ ମନ୍ତ୍ରୀଙ୍କ ତାଗିଦ ପରେ ବି କିଲୋ ପିଛା ୩୨ ଟଙ୍କା ପରିବର୍ତ୍ତେ ସାରା ରାଜ୍ୟରେ ୪୫-୫୦ ଟଙ୍କାରେ ବିକ୍ରି ହେଉ ହେଉଛି ଆଳୁ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଳୁ ସଙ୍କଟ ଦୂର କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଲ୍ଲୀରେ ଭେଟି ଆଲୋଚନା କରିଥିଲେ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଓ ଡ଼ିଶାବାସୀଙ୍କ ପ୍ରତି ଦରଦ ଦେଖାଇନାହାନ୍ତି । ଯଦିଓ ୬୦ରୁ ୭୦ ଗାଡ଼ି ଗଳା ବାଟ ଦେ ଦେଇ ଓଡ଼ିଶା ବଜାରକୁ ଆସିଛି ତଥାପି ଏହା ଯଥେଷ୍ଟ ନୁହେଁ ।