ଆରବିଆଇ ଅଫିସ ଆଗରେ ଆଜି ବି ଲମ୍ବା ଲାଇନ୍

୨ହଜାର ଟଙ୍କିଆ ନୋଟ ଜମା ଓ ବଦଳ ପାଇଁ ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି। କିଛି ଲୋକ କମିଶନ ନେଇ ଅନ୍ୟର ୨ ହଜାର ଟଙ୍କା ବଦଳାଉଥିବା ଅଭିଯୋଗ ହୋଇଛି । ୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହା ଉପରେ ନଜର ରଖିଛନ୍ତି EOW ଓ ଇଡି ।

ଆରବିଆଇ ଅଫିସରୁ ଟଙ୍କା ବଦଳାଉଥିବା ଲୋକଙ୍କ ତଥ୍ୟ ଇଡି ନେଇଥିବା ସୂଚନା ମିଳିଛି । ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ ଲୋକମାନେ ସେତେବେଳେ କାହିଁକି ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ବର୍ତ୍ତମାନ କେବଳ ରିଜର୍ଭ ବ୍ୟାଙ୍କରେ ହିଁ ଲୋକମାନେ ବୈଧ ପରିଚୟପତ୍ର ଦେଇ ଏକାଥରକେ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରୁଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଭୁବନେଶ୍ୱର ଆରବିଆଇ ଅଫିସକୁ ଛୁଟି ଆସୁଛନ୍ତି । ଏପଟେ ଆକାଟାଉଣ୍ଟରେ ଟଙ୍କା ଡିପୋଜଟ୍ ପାଇଁ ସ୍ବତନ୍ତ୍ର ଲାଇନର ବ୍ୟବସ୍ଥ୍ୟା କରାଯାଇଛି। ଫଳରେ ଜଣାପଡ଼ିବ କିଏ କେତେ ଟଙ୍କା ଡିପୋଜିଟ୍ କରିବ।

Related Articles

Back to top button