ପାକିସ୍ତାନର ପରାଜୟ ପରେ ରାଗିଗଲେ ରମିଜ ରାଜା: ଛଡାଇନେଲେ ସାମ୍ୱାଦିକଙ୍କ ଫୋନ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ ୧୨/୦୯: ଏସିଆ କପ୍ ୨୦୨୨ରେ, ରବିବାର ଥିଲା ଜବରଦସ୍ତ ମୁକାବିଲା । ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଛି ଶ୍ରୀଲଙ୍କା । ଷଷ୍ଠ ଥର ପାକିସ୍ତାନକୁ ପରାସ୍ତ କରି ଟାଇଟଲ୍ ହାତେଇଛି ଲଙ୍କାବାହିନୀ । ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ପରାସ୍ତ କରିଛି । ଆୟୋଜକମାନେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନକୁ ହରାଇଥିଲେ ।

କିନ୍ତୁ ପରେ ଦୁବାଇରେ ଏସିଆ କପ୍ ୨୦୨୨ଟ୍ରଫି ଉଠାଇବା ପାଇଁ ଲଗାତାର ପାଞ୍ଚଟି ମ୍ୟାଚ୍ ଜିତିବାକୁ ଆଗେଇ ଆସିଥିଲେ । ପାକିସ୍ତାନର ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ରମିଜ ରାଜା ଷ୍ଟାଡିୟମ ବାହାରେ କିଛି ସାମ୍ବାଦିକଙ୍କ ସହ କଥା ହୋଇଥିଲେ । ଯେଉଁଥିରେ ସେ ଅତ୍ୟନ୍ତ ରାଗିବା ସହ ଖୋଲାଖୋଲି ଭାବେ ଗାଳିଗୁଲଜ କରିଥିଲେ।

ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ ଦେଇଥିଲା । ​କିନ୍ତୁ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ ଭାନୁକା ରାଜପାକସେ, ଭାନିନ୍ଦୁ ହାସରାଙ୍ଗା ଏବଂ ଚାମିକା କରୁଣାତ୍ନେ ଚମତ୍କାର ବ୍ୟାଟିଂ କରିଥିଲେ । ଯାହାକୁ ଦଳକୁ ବଡ଼ ସ୍କୋର ଅଭିମୁଖେ ପହଞ୍ଚାଇଥିଲା । ଯାହା ସାମ୍ନାରେ ସମଗ୍ର ପାକିସ୍ତାନ ଦଳ ବିଫଳ ହୋଇଥିଲା ।

ମ୍ୟାଚ୍ ପରେ ଯେତେବେଳେ ଭାରତୀୟ ସାମ୍ବାଦିକ ରମିଜ ରାଜାଙ୍କୁ ପଚାରିଥିଲେ ଯେ ପାକିସ୍ତାନ ଜନସାଧାରଣଙ୍କ କିଛି କହିବେ କି ଆପଣ ? ଏହା ଶୁଣିବା ପରେ ରାଗି ନିଆଁବାଣ ହୋଇଗଲେ ରମିଜ ରାଜା । ସେ ଏହି ପ୍ରଶ୍ନ ଉପରେ ଶୁଣିବା ପରେ ଏମିତି ରାଗିଗଲେ ଯେ, ସମସ୍ତଙ୍କ ସାମ୍ନାରେ ସାମ୍ବାଦିକଙ୍କ ଫୋନ ଟାଣିଆଣିଥିଲେ । ଯାହାକି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ।

Related Articles

Back to top button