ପରୀକ୍ଷାମୂଳକ ଭାବେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା

ପରୀକ୍ଷାମୂଳକ ଭାବେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା ।ଅବଶିଷ୍ଟ ୪ ହଜାର ୯୯୯ଟଙ୍କା ୧୭ ତାରିଖରେ ଯିବ ମହିଳାଙ୍କ ଖାତାକୁ । ବାଲିଅନ୍ତାର ଭକ୍ତିମୟୀ ମହାନ୍ତିଙ୍କ ଖାତାକୁ ପ୍ରଥମେ ଯାଇଛି ଏହି ୧ ଟଙ୍କା । ଶନିବାର ରାତି ୭ଟା ୨୧ରେ ୧ ଟଙ୍କା ଯାଇଥିବା ମିଳିଛି ସୂଚନା ।ସୁଭଦ୍ରା’ଶୋଭାଯାତ୍ରାରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଯୋଜନା ଚାଲିବ ବୋଲି ଦେଇଛନ୍ତି ଆଶ୍ୱାସନା। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କ କାଉଣ୍ଟକୁ ଆସନ୍ତା ୧୭ରେ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା କରିସାରିଲେଣି ପଞ୍ଜୀକରଣ ।

Related Articles

Back to top button