ନକଲି ସାର୍ଟିଫିକେଟ୍ ମାମଲାର ଗିରଫ ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବଲାଙ୍ଗିର ନକଲି ସାର୍ଟିଫିକେଟ୍ ମାମଲାର ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚ ଗିରଫ ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ରାକେଟର ମୁଖ୍ୟ ମନୋଜ ମିଶ୍ରଙ୍କ ସହଯୋଗୀ ଆଲୋକ ରଞ୍ଜନ ଉଦଗାତା ଏବଂ ୨ ଆଶାୟୀଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।

ସମସ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ତଦନ୍ତକାରୀ ସଂସ୍ଥା ଆବେଦନ କରିଥିବା ବେଳେ ବଲାଙ୍ଗିର ଏସଡିଜେଏମ୍ ୩ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ରଞ୍ଜନ ଉଦଗାତାଙ୍କ ଘରେ କ୍ରାଇମବ୍ରାଞ୍ଚ ଛାନଭିନ୍ କରିଛି ।

ଅଭିଯୁକ୍ତଙ୍କୁ ପରିବାର ଲୋକେ କିଭଳି ସହଯୋଗ କରୁଥିଲେ ତଦନ୍ତ ବେଳେ ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ରଞ୍ଜନଙ୍କ ପରିବାର ସଦସ୍ୟଙ୍କୁ ଅଧିକ ପଚରାଉଚରା ଲାଗି କ୍ରାଇମବ୍ରାଞ୍ଚ ସମନ୍ ଜାରି କରିଛି ।

Related Articles

Back to top button