ନକଲି ମେଡିସିନ ବିକ୍ରି ଘଟଣାରେ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଦୋକାନରେ ବିକ୍ରି ହେଉଛି ନକଲି ମେଡିସିନ।  ରାଜ୍ୟରେ ଗତ କିଛି ଦିନ ତଳେ ବିଭିନ୍ନ ନକଲି ମେଡିସିନ ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍। ଏହି ଚଢାଉରେ ଅନେକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ଏପିରିକି ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା। ଯାହାକୁ ଆଧାର କରି କଟକର ଦୁଇ ଜଣ ହୋଲସେଲରଙ୍କୁ ଗିରଫ କରାଯାଇଛି।

ସେମାନଙ୍କୁ ଅଧିକ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚାଲିଛି। ତେବେ ଏହି ଘଟଣା ଉପରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଯଦି କେହି ଭୁଲ୍‌ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଆଇନ ତା ବାଟରେ ଯିବ । କାହାରିକୁ ଛଡ଼ାଯିବ ନାହିଁ  ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

Related Articles

Back to top button