ଭୁବନେଶ୍ୱରରେ ନକଲି ସସ୍‌ ଫ୍ୟାକ୍ଟ୍ରି

ଭୁବନେଶ୍ୱର: ରାଜଧାନୀର ପାତ୍ରପଡ଼ା ଶିଳ୍ପାଞ୍ଚଳରେ ଏକ ନକଲି ସସ୍‌ ଫ୍ୟାକ୍ଟ୍ରି ଉପରେ ପୋଲିସ ଶନିବାର ଚଢ଼ାଉ କରି ବିପୁଳ ପରିମାଣର ସସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅପମିଶ୍ରଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଅନ୍ୟପକ୍ଷରେ କଟକ ମାଲଗୋଦାମସ୍ଥିତ ଏକ ଗୋଦାମରେ ମଧ୍ୟ ଚଢ଼ାଉ ହୋଇଛି। ପାତ୍ରପଡ଼ା ଫ୍ୟାକ୍ଟ୍ରିରେ ସସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ପରେ ମାଲଗୋଦାମକୁ ଷ୍ଟକ୍‌ ପାଇଁ ଯାଉଥିଲା।

ଆଜି କଟକ ମାଲଗୋଦାମ ଥାନା ଅଧୀନରେ ଏକ ନକଲି ସସ୍‌ ଗୋଦାମ ଠାବ ହେବା ପରେ ସେଠାରେ ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କଠାରୁ ପାତ୍ରପଡ଼ା ନକଲି ସସ୍‌ ଫ୍ୟାକ୍ଟ୍ରି ସମ୍ପର୍କରେ ସୂଚନା ପାଇଥିଲା। ଏହାକୁ ଆଧାର କରି ରାଜଧାନୀ ପାତ୍ରପଡ଼ାର ଏହି କାରଖାନା ଉପରେ ଚଢ଼ାଉ ହୋଇଥିଲା।

ମାଲଗୋଦାମସ୍ଥିତ ଏକ ଗୋଦାମରେ ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉରେ ଅପମିଶ୍ରିତ ସସ୍‌, ଆଚାର, ଚକୋଲେଟ୍‌ ଆଦି ଜବତ ହୋଇଛି।

Related Articles

Back to top button