ନକଲି ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶ କଲା ୟୁଜିସି: ତାଲିକାରେ ଓଡ଼ିଶାର ଦୁଇ

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏଥର ମଧ୍ୟ ନାମଲେଖା ପୂର୍ବରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଦେଶର ୨୧ଟି ବିଶ୍ବବିଦ୍ୟାଳୟ ନାଁ ରହିଥିବା ବେଳେ ସେଥି‌ରେ ଓଡ଼ିଶାର ଦୁଇଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ପୂର୍ବ ବର୍ଷଗୁଡ଼ିକ ପରି ଏଥର ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡର ପ୍ଲଟ ନମ୍ବର ୨୪୨ର ଅନ୍ନପୂର୍ଣ୍ଣା ଭବନରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ବବିଦ୍ୟାଳୟ ରୋଡରେ ଥିବା ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିକୁ ୟୁଜିସି ନକଲି ବୋଲି ଦର୍ଶାଇଛି।

Related Articles

Back to top button