୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ମିଳିବ ବିପର୍ଯ୍ୟୟ ସହାୟତା

କୃଷି ଓଡ଼ିଶା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ମିଳିବ। ଏବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଯାହାର ମୋଟ ଚାଷ ଜମି ହେଉଛି ୨ ଲକ୍ଷ ୨୬ ହଜାର ହେକ୍ଟର ଜମି। ଏଥିପାଇଁ ଚାଷୀଙ୍କୁ ୨୯୧ କୋଟି ସହାୟତା ମିଳିବ।ପୂର୍ବ ବିଜେଡି ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରିଛନ୍ତି। ଚାଷ ଓ ଚାଷୀଙ୍କୁ ଠକିଛନ୍ତି ପୂର୍ବ ସରକାର। ସେତେବେଳେ କାମ କଲେନି, ଖାଲି ପ୍ରଚାର କଲେ ।’ଚାଷୀ ମାନଙ୍କୁ ଆଳୁ ମିଶନ୍ ନାଁରେ ଠକିଛନ୍ତି। ଏପରିକି ମିଶନ୍ ପରେ ମିଶନ୍ କରିଛନ୍ତି କିନ୍ତୁ ଏହାର କିଛି ଲାଭ ହୋଇନି। ଅପରେସନ୍ ପରେ ଅପରେସନ୍ କିନ୍ତୁ ରୋଗୀର ଡେଥ୍ ହେଲା ଭଳି ସ୍ଥିତି ଉପୁଜିଛି।

ରାଜ୍ୟରେ ଚାଷ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏମିତିକି ଆଳୁ, ଟମାଟୋ ଏବଂ ଅଣ୍ଡା ଭଳି ସାଧାରଣ ଆବଶ୍ୟକତା ପାଇଁ ବି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଳୁ ପାଇଁ କିଛି ଦିନ ତଳେ କେଉଁ ଭଳି ପରିସ୍ଥିତି ହେଲା ତା ର ଉଦାହରଣ ଦେଇଛନ୍ତି। ଏମିତିକି ମମତା ଦିଦିଙ୍କ ପାଖରେ ଓଡ଼ିଶା ପ୍ରତି ମମତା ନଥିବା କହି ବି କଟାକ୍ଷ କରିଛନ୍ତି।

Related Articles

Back to top button