
ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଅନୁଧ୍ୟାନ କଲା ଏଫଆଇଏଚ ଟିମ୍
ରାଉରକେଲା: ଇଣ୍ଟରନ୍ୟାସନାଲ୍ ହକି ଫେଡରେସନ୍ ଟିମ୍ ରାଉରକେଲା ସ୍ଥିତ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବୁଲି ଦେଖିଛନ୍ତି। ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜିତ ହେବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ।
FIHର କାର୍ଯ୍ୟକାରୀ ସଭାପତି ସୈଫ ଅହମଦ, ସିଇଓ ଥିଏରି ୱେଲ୍, ହକି ଇଣ୍ଡିଆ ସିଓଏ ମେମ୍ବର ଏସ୍.ୱାଇ କ୍ୟୁରେସି ଓ ଜାଫର ଇକୱାଲ, ଇଡକୋ ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ରାଜ୍ୟ କ୍ରୀଡ଼ା ସଚିବ ଆର. ଭୀନିଲ କ୍ରିଷ୍ଣା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବୁଲି ଦେଖିବା ସହ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଥିଲେ।