ପୁରୀ ନିଳାଦ୍ରୀ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗତ ୮ ତାରିଖ ରାତି ପାଖାପାଖି ୭ଟା ସମୟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସର ତଳ ମହଲାରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ଏହି ସାରା ମାର୍କେଟକୁ ବ୍ୟାପିଯାଇଥିଲା । ନିକଟରେ ଥିବା ଦୋକାନଗୁଡ଼ିକରେ ପୋଷାକ, ଚପଲ, କସମେଟିକ୍ସ ଜିନିଷ ରହିଥିବାରୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇ ପଡ଼ିଥିଲା । ତେବେ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକକଳ ବାହିନୀ ଉପସ୍ଥିତ ରହି ସଂଘର୍ଷ ଚଳାଇଥିଲେ ହେଁ ନିଆଁ ଲିଭିବାର ନାଁ ଧରିନଥିଲା ।

ତେବେ ଶେଷରେ ଦୀର୍ଘ ୩୬ ଘଣ୍ଟାର ପ୍ରୟାସ ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ନିଆଁ ଆୟତ୍ତ ହୋଇଥିଲା । ଏ ବାବଦରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଅଗ୍ନିଶମ ଡିଜି ଉପସ୍ଥିତ ରହି ପରିସ୍ଥିତିକୁ ତଦାରଖ କରିଥିଲେ । ତେବେ ଗୋଟିଏ ଦିନ ନ ପୂରୁଣୁ ପୁଣି ପୁରୀରୁ ଆସିଛି ଏକ ବଡ଼ ଖବର । ପୁଣି ପୁରୀରେ ଦେଖିବାକୁ ମିଳିଛି ଅଗ୍ନିକାଣ୍ଡ ।

ସୂଚନା ମୁତାବକ, ଆଜି ପୁଣି ଥରେ ପୁରୀରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ପୁରୀର ନିଳାଦ୍ରୀ କମ୍ପ୍ଲେକ୍ସର ହାଣ୍ଡଲୁମ ଶୋ’ ରୁମରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ମାତ୍ର ଗୋଟିଏ ଦିନ ବ୍ୟବଧାନରେ ପୁରୀରେ ଦ୍ୱିତୀୟ ଥର ପାଇଁ ନିଆଁ ଲାଗିବା ଘଟଣାକୁ ନେଇ ଶ୍ରୀକ୍ଷେତ୍ରବାସୀଙ୍କ ଚିନ୍ତା ବଢ଼ିଯାଇଛି । କାହିଁକି ଶ୍ରୀଜଗନ୍ନାଥଙ୍କ ଧାମରେ ବାରମ୍ବାର ଅଘଟଣ ଘଟୁଛି ତାହା ସାରା ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।

Related Articles

Back to top button