ସଟସର୍କିଟ ଯୋଗୁଁ ଭୁବନେଶ୍ୱର ପିଜିଏଲ୍ ହୋଣ୍ଡା ଶୋ’ରୁମରେ ଅଗ୍ନିକାଣ୍ଡ

ଭୂବନେଶ୍ୱର; ଭୁବନେଶ୍ୱର ପିଜିଏଲ୍ ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି । ସଟସର୍କିଟ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗି ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଶୋ’ ରୁମ ନିକଟରେ ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ର ରହିଥିବାରୁ ଘଟଣାସ୍ଥଳରେ ଉପସ୍ଥିତ ସାଧାରଣ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟପଟେ ଶୋ’ରୁମରେ ବିଶେଷ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଏହି ସୋ’ ରୁମରେ କାମ କରୁଥିବା ସମସ୍ତ କର୍ମଚାରୀ ମଧ୍ୟ ସୁରକ୍ଷିତ ଅଛନ୍ତି ।

Related Articles

Back to top button