ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍ ସିଟିରେ ଫୁଟେଇ ପାରିବେନି ବାଣ

ଦୀପାବଳି ପାଳନ ପାଇଁ ଲାଗୁହେଲା ବିଭିନ୍ନ କଟକଣା । ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍ ସିଟିରେ ଫୁଟେଇ ପାରିବେନି ବାଣ । ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି ଆଉ ଏହି ପ୍ରଦୂଷଣରେ ରୋକ ଲଗାଇବା ପାଇଁ ପୂର୍ବରୁ ସୁପ୍ରିମକୋର୍ଟ କେଉଁ ବାଣ ଫୁଟେଇ ପାରିବେ ସେଥିପ୍ରତି ବିଭିନ୍ନ ଘୋଷଣା ମଧ୍ୟ କରିଥିଲେ । ଅଧିକ ଶବ୍ଦ ଓ ଘାତକ ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ରାତି ୧୦ଟା ପରେ ବାଣକୁ ବାରଣ କରାଯିବା ସହିତ ସବୁଜ ବାଣ ଫୁଟେଇବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଦୀପାବଳି ହେଉଛି ଆଲୋକର ପର୍ବ ଆଉ ଏହି ଦିନରେ ବାଣ ଠାରୁ ଦୂରେଇ ରହି ଦୀପ ଜାଳିବା ପାଇଁ ଅପିଲ କରିଛନ୍ତି କମିଶନର । ଦୀପାବଳି ପର୍ବକୁ ବହୁତ ସାବଧାନ ଓ ଯତ୍ନବାନ ହୋଇ ପାଳନ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି ।

Related Articles

Back to top button