ଗଞ୍ଜାମ ଜିଲାରେ ଖୋଲିବ ୫ ନୂତନ କୋର୍ଟ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ସିଭିଲଜଜ୍ (ସିନିୟର ଡିଭିଜନ)ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ପ୍ରତିଷ୍ଠା ଲାଗି ଦିର୍ଘ ଦିନ ହେଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା ବେଳେ ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟ ପ୍ରତିଷ୍ଠା ଲାଗି  ଆଇନ ବିଭାଗର ଚିଠି ନଂ୭୫୦୮/୦୫/୦୭/୨୦୨୨ ପ୍ରକାରେ ବିଞପ୍ତି ପ୍ରକାଶ କରିଛନ୍ତି । ପୁରୁଷୋତ୍ତମପୁର ସହ ହିଞ୍ଜଳିକାଟୁରେ ମଧ୍ୟ ସିଭିଲ୍ ଜଜ୍(ସିନିୟର ଡିଭିଜନ) ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ପ୍ରତିଷ୍ଠା ହେବ।

ଏହାସହ ଧରାକୋଟ, କୁକୁଡାଖଣ୍ଡି ଓ ଗଞ୍ଜାମରେ ମଧ୍ୟ  ଜେଏମଏଫସି କୋର୍ଟ ପ୍ରତିଷ୍ଠା ଲାଗି ମଧ୍ୟ  ଚିଠି ନଂ ୭୫୦୨/ ୦୫୦୭/୨୦୨୨ ପ୍ରକାରେ  ବିଞପ୍ତି ପ୍ରକାଶ ପାଇଛି।  ଯାହା ଦ୍ଵାରା ଅତି ଶୀଘ୍ର ନୂତନ କୋର୍ଟ ମାନ ଖୋଲାଯିବାର ସ୍ବଷ୍ଟ ହୋଇପଡିଛି। ପୁରୁଷୋତ୍ତମପୁରରେ କୋର୍ଟ ଖୋଲିବାକୁ ନେଇ ଓକିଲମାନେ ମିଠା ଖୁଆଇ ଖୁସି ମନାଇଛନ୍ତି।

Related Articles

Back to top button