ବାତ୍ୟା ଯୋଗୁଁ ବିମାନ ବାତିଲ

ବାତ୍ୟା ‘ମିଗ୍‌ଜୋମ୍‌’ ତାମିଲନାଡୁକୁ ବିଶେଷ ଭାବରେ ପ୍ରଭାବିତ କରିଛି। ଚେନ୍ନାଇ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ରାଜରାସ୍ତାରେ ୩ରୁ ୪ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଥିବାରୁ ଲୋକେ ଡଙ୍ଗାରେ ଯାତାୟତ କରୁଛନ୍ତି। ‌ସେହିପରି ପାଗ ଖରାପ ଥିବାରୁ ଚେନ୍ନାଇ ବିମାନବନ୍ଦରରୁ ବିମାନ ସେବା ବନ୍ଦ ଅଛି। ନୋଟାମର ସୂଚନା ଅନୁସାରେ ଆଜି ରାତି ୧୧ ଯାଏଁ ବିମାନବନ୍ଦର ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ୨ଟି ବିମାନ ବାତିଲ କରାଯାଇଛି। ଫଳରେ ବିମାନ ଯାତ୍ରୀମାନେ ଅସୁବିଧାର ସାମ୍ନା କରିଛନ୍ତି। ପାଣିପାଗରେ ପରିବର୍ତ୍ତନ ହେଲା ପରେ ପୁଣି ଥରେ ବିମାନସେବା ଆରମ୍ଭ ହେବ। ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟ ବାତ୍ୟାକୁ ଆଖି ଆଗରେ ରଖି ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ପୂର୍ବତଟ ରେଳ ସମ୍ଭାବ୍ୟ ବାତ୍ୟା ‘ମିଗ୍‌ଜୋମ୍‌’ ଏବଂ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ନେଇ ରେଳଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛି। ‘ପୂର୍ବତଟ ରେଳ’ର ମହାପ୍ରବନ୍ଧକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଗୋଟିଏ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବାତ୍ୟା ସଂପର୍କରେ ପୂର୍ବ ପ୍ରସ୍ତୁତି ପାଇଁ ନିରୀକ୍ଷଣ କରାଯାଇଛି। ସେହିପରି ଯାତ୍ରୀମାନଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ଏ ପର୍ଯ୍ୟନ୍ତ ୬୦ଟି ଟ୍ରେନ୍‌ ବାତିଲ କରାଯାଇଛି। ଏଥିରେ ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରୁଥିବା କିଛି ଟ୍ରେନ୍‌ ଏବଂ ଅନ୍ୟ ଜୋନରୁ ଆସୁଥିବା କିଛି ଟ୍ରେନ୍‌ ମଧ୍ୟ ସାମିଲ ଅଛି।

Related Articles

Back to top button