ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର, ଏବେ ବି ବ୍ୟାପକ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି । ଉବୁଟୁବୁ ବାଲେଶ୍ୱର । ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ୪ଟି ବ୍ଳକ୍ ସହିତ ବାଲେଶ୍ବର ସଦର ଓ ରେମୁଣା ବ୍ଳକର ବିଭିନ୍ନ ଗାଁ ଏବେବି ପାଣି ଘେରରେ ରହିଛି ।

ସେପଟେ ସୁବର୍ଣ୍ଣରେଖା ନଦୀ ଏବେ ବିପଦ ସଂକେତ ତଳେ ପ୍ରଭାବିତ ହେଉଛି । ରାଜଘାଟ ଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ମିଟର ଥିବାବେଳେ ଏବେ ୮ଦଶମିକ ୭୬ ମିଟରରେ ପ୍ରଭାବିତ ହେଉଛି ବନ୍ୟାଜଳ । ଘୁର୍ଣ୍ଣିବଳୟ ପ୍ରଭାବରେ ପୁଣି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।

Related Articles

Back to top button