ବଢିଲା ଗିରଫ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ବିଚାର ବିଭାଗୀୟ ହାଜତ ଅବଧି

ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ବଢିଲା ଗିରଫ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ବିଚାର ବିଭାଗୀୟ ହାଜତ ଅବଧି । ୧୪ ଦିନ ବଢ଼ିଲା ଅଧକ୍ଷ ଦିଲ୍ଲୀପ ଘୋଷ ଓ ଅଧ୍ୟାପକ ସମୀର ସାହୁଙ୍କ ବିଚାର ବିଭାଗୀୟ ହାଜତ ଅବଧି । ଜାମିନ ଆବେଦନ ଖାରଜ ପରେ ୧୪ ଦିନ ଅବଧି ବୃଦ୍ଧି ହୋଇଛି ।ପୂର୍ବରୁ ବିଚାର ବିଭାଗୀୟ ହାଜତରେ ରହୁଥିବା ଅବସ୍ଥାରେ ୧୪ଦିନ ପୂରଣ ପରେ ଉଭୟଙ୍କ ଶୁଣାଣି ହୋଇଥିଲା । ଭିସି ଯୋଗେ ହାଜର ହୋଇଥିଲେ ପ୍ରିନ୍ସିପାଲ ଓ ଅଧ୍ୟାପକ । ଉଭୟଙ୍କ ବେଲ୍ ନାମଞ୍ଜୁର ହେବା ସହିତ ଆଉ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ସମୟ ବଢ଼ାଇଛନ୍ତି କୋର୍ଟ। ଗତ ୧୨ରେ HOD ସମୀର ସାହୁ ଗିରଫ ହୋଇଥିଲେ । ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଥିଲେ ।

Related Articles

Back to top button