ଆୟତ୍ତ ହେଲା FM ମେଡିକାଲ କଲେଜ ଅଗ୍ନିକାଣ୍ଡ
ବାଲେଶ୍ୱର : ଆଜି ସକାଳେ ବାଲେଶ୍ୱର ମେଡିକାଲ କଲେଜ ଘଟିଛି ଅଗ୍ନିକାଣ୍ଡ । FM ମେଡିକାଲ କଲେଜରେ AC ସର୍ଟ ସର୍କିଟରୁ ଲାଗିଲା ନିଆଁ । ପ୍ରଥମ ମହଲା ମେଡିସିନ ୱାର୍ଡରେ ଷ୍ଟାଫ ବସୁଥିବା ଏକ AC ରୁମରେ ଏହି ନିଆଁ ଲାଗିଛି । ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରିଥିଲେ ମେଡିକାଲର କର୍ମଚାରୀ । କିଛି ରୋଗୀ ଭୟରେ ବାହାରକୁ ବାହାରି ଆସିଥିଲେ । ଏହି ନିଆଁ ଦ୍ୱାରା କାହାରି କୌଣସି କ୍ଷତି ହୋଇନଥିବା ମେଡିକାଲର କର୍ମଚାରୀ ସୂଚନା ଦେଇଛନ୍ତି ।