ପ୍ରଥମ ଥର ପାଇଁ ରଥଯାତ୍ରାରେ ଏନଏସଜି ସ୍ନାଇପର ମୁତୟନ ରହିବେ

ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ମୁତୟନ ହେବେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀ । ଶ୍ରୀକ୍ଷେତ୍ରକୁ ଜଗିଛି ୨୭୫ଟି AI CAMERA । DRONE ସାହାଯ୍ୟରେ ହେବ ଟ୍ରାଫିକ ଓ ଶୃଙ୍ଖଳା ବ୍ୟବସ୍ଥାର ପରିଚାଳନା । ଆଣ୍ଟି ଡ୍ରୋନ, ଆଣ୍ଟି ସାବୋଟେଜ, ଡଗ ସ୍କ୍ବାଡ ଓ ପ୍ରାୟ ୨୦୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ବିଏସଏଫ, ସିଆରପିଏଫ, ଆରଏଫକୁ ମିଶାଇ ୮ କଂପାନୀ ଫୋର୍ସ ନିୟୋଜିତ ରହିବେ । ପ୍ରଥମ ଥର ପାଇଁ ଏନଏସଜି ସ୍ନାଇପର ମୁତୟନ ରହିବେ ।ଗତକାଲି ପୋଲିସ ଡିଜି ୱାଇବି ଖୁରିନିଆଙ୍କ ସିକ୍ୟୁରିଟି ବ୍ରିଫିଂ ରେ NSG ସ୍ନାଇପର ଉପସ୍ଥିତ ଥିଲେ । ତାଙ୍କ ପାଇଁ ଦୁଇଟି କୋଷ୍ଟ ଗାର୍ଡ ହେଲିକପ୍ଟର ରଖାଯାଇଛି । ସମ୍ଭାବ୍ୟ ଆତଙ୍କବାଦୀ ଟାର୍ଗେଟକୁ ପ୍ରତିହତ ପାଇଁ NSG ସ୍ଵତନ୍ତ୍ର ଭାବେ ତାଲିମ ପ୍ରାପ୍ତ । ତାଙ୍କ ପାଖରେ ସ୍ଵତନ୍ତ୍ର ତେଲିସ୍କୋପିକ ଆଧୁନିକ ବନ୍ଧୁକ ରହିଛି । ଯାହାକି ଏକ କିଲୋମିଟର ଯାଏ ଟାର୍ଗେଟ କରିପାରିବ । NSG ସ୍ନାଇପର ହଜର୍ମନ୍ ପ୍ରସ୍ତୁତ PSG1 ସ୍ନାଇପର ରାଇଫଲ୍, ହେକ୍ଳର ସବ ମେସିନ ଗନ୍ ବ୍ୟବହାର କରନ୍ତି । ଏହା ସହ ଗ୍ଲକ୍ 19, SIG ସସର୍ P226 ଭଳି ଆଧୁନିକ ପିସ୍ତଲ ବ୍ୟବହାର କରିଥାନ୍ତି । ଡ୍ରୋନ୍ ଦ୍ଵାରା ଆତଙ୍କବାଦୀ ଠାବ ହେଲେ NSG ଭିଡ଼ ମଧ୍ୟରେ ନିଶାନା କରିପାରିବ । ଏହା ସହ ରେସକ୍ୟୁ ଅପରେସନ ପାଇଁ ମଧ୍ୟ ଏମାନେ ବେଶ ସିଦ୍ଧହସ୍ତ ।

ପୁରୀ ରଥଯାତ୍ରାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଆହୁରି ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ କଡ଼ାକଡ଼ି ପାଟ୍ରୋଲିଂ ହେବ । ୮ ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ୍ । ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମୁଦ୍ର ସୁରକ୍ଷା ପାଇଁ ମାରାଇନ, କୋଷ୍ଟ ଗାର୍ଡ, ନୌସେନା ମିଳିତ ପାଟ୍ରୋଲିଂ କରିବେ । ଏରିଏଲ ସର୍ଭେ ସହ ଆକାଶ ମାର୍ଗରୁ ତୀକ୍ଷ୍ମ ନଜର ରଖାଯିବ ।

Related Articles

Back to top button