ଓଭରଲୋଡିଂ ପାଇଁ ଦିନକରେ ୩୨ ଯାନ ଅଟକ, ୧୦୮ ଡ୍ରାଇଭିଂ ଲାଇସେନ୍ସ ଜବତ

କଟକ: ଓଭରଲୋଡ୍ କାରୀ ସାବଧାନ । ପରମିଟ୍ ଠାରୁ ଅଧିକ ଓଭରଲୋଡିଂ କରି ରାସ୍ତାରେ ଯାଉଥିଲେ ଚାଲାଣ କଟିବା ସହ ଡ୍ରାଇଭିଂ ଲାଇସେନ୍ସ ବି ଜବତ ହେବ । ଓଭରଲୋଡ୍ ଯାନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ମୋଟ ୯୨ଟି ଚାଲାଣ ଜାରି କରାଯାଇଛି ।

ଓଭରଲୋଡିଂ ପାଇଁ ମୋଟ ୩୨ଟି ଯାନକୁ ଅଟକ ରଖାଯାଇଥିବା ବେଳେ ୧୦୮ଟି ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଛି । ଓଭରଲୋଡିଂ ପାଇଁ ୪ ଲକ୍ଷ ୨୬ ହଜାର ୩୧୨ ଟଙ୍କା ଜରିମାନା କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସାରା ରାଜ୍ୟରେ ୬ ଦିନିଆ ସ୍ୱତନ୍ତ୍ର ଆଣ୍ଟି ଓଭରଲୋଡିଂ ଡ୍ରାଇଭ୍ ଲଞ୍ଚ ଚାଲିଛି ।

ଲାଲମୋହନ ସେଠୀ, ଅତିରିକ୍ତ କମିଶନର ପରିବହନ, ଏନଫୋର୍ସମେଣ୍ଟ ଏବଂ ସଡ଼କ ସୁରକ୍ଷାଙ୍କ ଅନୁସାରେ ‘ଏହି ଡ୍ରାଇଭ୍ ରାଜ୍ୟର ଶିଳ୍ପ ଏବଂ ଖଣି କାର୍ଯ୍ୟକଳାପ ଥିବା ଅଞ୍ଚଳରେ ବିଶେଷ ଫୋକସ୍ ସହିତ ବ୍ୟାପକ ଭାବେ ପରିଚାଳିତ ହେବ । ସାଧାରଣତଃ ଏହି ଅଞ୍ଚଳରେ ଦେଖାଯାଏ ଯେ ଅନେକ ସାମଗ୍ରୀ ଯାନବାହାନ ନିୟମ ମାନୁ ନାହାଁନ୍ତି ଏବଂ ଦୁର୍ଘଟଣା ଘଟାଉଛନ୍ତି ।‘

ମୋଟର ଯାନ ନିୟମକୁ ଖଣ୍ଡନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ, ଉଲ୍ଲଂଘନକାରୀଙ୍କୁ ଧାରା ୧୯୪ (l) ଅନୁଯାୟୀ ଦଣ୍ଡିତ କରାଯିବ । ଯାନବାହାନର ଓଭରଲୋଡିଂ ପାଇଁ ୨୦ ହଜାର ଟଙ୍କା ଏବଂ ଅତିରିକ୍ତ ଟନ୍ ପିଛା ୨ ହଜାର ଟଙ୍କା ଜରିମାନା କରାଯିବ । ଆହୁରି ମଧ୍ୟ, ଡ୍ରାଇଭିଂ ଲାଇସେନ୍ସ (DL) ତିନିମାସ ପାଇଁ ରଦ୍ଦ ହୋଇପାରେ ।

Related Articles

Back to top button