ଅଭିନେତା ସମୀର ଖାଖରଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନେତା ସମୀର ଖାଖରଙ୍କ ପରଲୋକ। ସମୀରଙ୍କୁ ମୃତ୍ୟୁ ବେଳକୁ ୭୦ ବର୍ଷ ବୟସ ହୋଇଥିଲା । ସେ ଛୋଟ ଛୋଟ ଭୂମିକାରେ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲେ । ତାଙ୍କର ମୃତ୍ୟୁରେ ବଲିଉଡ ସହ ଜଡ଼ିତ ବହୁ ନାମିଦାମୀ କଳାର ଦୁଃଖ ପ୍ରକାଶ କରିଛନ୍ତି ।

ଅଭିନୟ ସହିତ ଜଡ଼ିତ ରହି ଛୋଟ ଛୋଟ ଭୂମିକା ମାଧ୍ୟମରେ ଦର୍ଶକଙ୍କ ହୃଦୟକୁ ଜିତିଥିବା ସମୀର ଏକଦା ସିନେମା ଜଗତକୁ ଅଲବିଦା କରି ଆମେରିକା ଶିଫ୍ଟ ହୋଇଯାଇଥିଲେ । ଏହାପରେ ସେ ଆମେରିକାରୁ ଫେରିବା ପରେ ଫିଲ୍ମ ବ୍ୟତୀତ କିଛି ଟିଭି ଶୋ’ରେ କାମ ଆରମ୍ଭ କରିଥିଲେ । ସେହି ଶୋ’ ମଧ୍ୟରେ ‘ଅଦାଲତ’, ‘ସଞ୍ଜିବନୀ’ ରହିଥିଲା । ଏହାଛଡ଼ା ସେ ଜୀ୫ର ୱେବ ସିରିଜ ‘ସନଫ୍ଲାୱାର’ରେ ମଧ୍ୟ ନଜର ଆସିଥିଲେ ।

ୟୁଟ୍ୟୁବରେ ରିଲିଜ ହୋଇଥିବା ଶର୍ଟ ଫିଲ୍ମ ‘ପୁରାନା ପ୍ୟାର’ରେ ସେ ଅଭିନୟ କରିଥିଲେ । ବର୍ଷ ୨୦୨୦ରେ ସେ ନବାଜୁଦ୍ଦିନ ସିଦ୍ଦିକୀଙ୍କ ଫିଲ୍ମ ‘ସୀରିୟସ ମ୍ୟାନ’ରେ ଆକ୍ଟିଂ କରି ଚର୍ଚ୍ଚାରେ ରହିଥିଲେ । ଉକ୍ତ ଫିଲ୍ମରେ ସେ ଜଣେ ରାଜନେତା ଭୂମିକାରେ ଆସିଥିବା ବେଳେ ଏହି ରୋଲ ତାଙ୍କୁ ବହୁତ ଖୁସି ଦେଇଥିଲା । ୧୯୮୭ରେ ସମୀର ‘ଜବାବ ହମ ଦେଙ୍ଗେ’ ମାଧ୍ୟମରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାବ୍ୟତୀତ ସେ ‘ଶିକାର’, ‘ଶହଂଶାହ’, ‘ଗୁରୁ’, ‘ନଫରତ କୀ ଆନ୍ଧୀ’, ‘ପରିନ୍ଦା’, ‘ଶହଜାଦେ’, ‘ବର୍ଦି’, ‘ଅବଲ ନମ୍ବର’, ‘ଧରିତ୍ରୀ ପୁତ୍ର’ ଓ ‘ହମ ହେଁ କମାଲ’ ପରି ବହୁ ଫିଲ୍ମରେ ଅଭିନୟ କରିଥିଲେ ।

Related Articles

Back to top button