ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ଡିସ୍‌ଚାର୍ଜ ପିଟିଶନ ଖାରଜ

କଟକ: ପୂର୍ବତନ ଆଡ୍‌ଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ପାଇଁ ବଢ଼ିଛି ଅଡୁଆ। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରୁ ତାଙ୍କୁ ବାଦ ଦେବାକୁ ସେ କରିଥିବା ଆବେଦନକୁ ବୁଧବାର ହାଇକୋର୍ଟ ଖାରଜ କରିଛନ୍ତି। ଏଣୁ ଏହି ମାମଲାରେ ସେ ବିଚାରର ସାମ୍ନା କରିବା ସ୍ପଷ୍ଟ ହୋଇଛି।

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରୁ ତାଙ୍କୁ ବାଦ ଦେବା ପାଇଁ ଭୁବନେଶ୍ୱର ସିବିଆଇ କୋର୍ଟରେ ଅଶୋକ ଡିସ୍‌ଚାର୍ଜ ପିଟିଶନ ଦାୟର କରିଥିଲେ। ସିବିଆଇ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ପରେ ସେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତଦେଶ ଜାରି କରିଥିଲେ।

Related Articles

Back to top button