
ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ମହତାବଙ୍କ ୧୨୫ତମ ଜୟନ୍ତୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ଡ. ହରେକୃଷ୍ଣ ମହତାବ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ। ସ୍ଵାଧୀନତା ପୂର୍ବରୁ ଏବଂ ପରେ ସେ ଓଡ଼ିଶାର ନେତୃତ୍ଵ ନେଇଥିଲେ। ଭିତ୍ତିଭୂମି ନିର୍ମାଣ, ଜଳସେଚନ ଏବଂ ଶିକ୍ଷାକ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ମହତାବଙ୍କ ଜୀବନରୁ କେବଳ ଓଡ଼ିଶା ନୁହେଁ, ସାରା ଦେଶବାସୀ ପ୍ରେରଣା ପାଇଥାଆନ୍ତି। ୧୯୩୬ରେ ଓଡ଼ିଶା ରାଜ୍ୟ ଗଠନରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ୨୬ଟି ଗଡ଼ଜାତ ଅଞ୍ଚଳକୁ ସେ ଓଡ଼ିଶାରେ ମିଶାଇଥିଲେ। ବାସ୍ତବରେ ସେ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।