ହୃଦଘାତରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କର ପରଲୋକ

ଭୁବନେଶ୍ବର : ବିଳମ୍ବିତ ରାତିରେ ଅବସର ବେଉରିଆଙ୍କର ପରଲୋକ ହୋଇଛି । ହୃତଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ସୂଚନା ।  ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା  । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅବସର ବେଉରିଆଙ୍କର ହୃଦଘାତରେ ପରଲୋକ ହୋଇଥିବା ତାଙ୍କ ପତ୍ନୀ ତୃପ୍ତି ସୂଚନା ଦେଇଛନ୍ତି।

ଏନେଇ ଅବସର ବେହୁରିଆଙ୍କ ଦେହାନ୍ତ ଖବର ଶୁଣି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।ଅବସର ବେଉରିଆ ଜାପାନ, ରୁଷିଆ, ଆମେରିକା, ୟୁଏଇ, ମ୍ୟାନମାର, ଶ୍ରୀଲଙ୍କା ଓ  ମାଡାଗାସ୍କାରରେ ଥିବା ଭାରତୀୟ ଦୂତାବାସରେ କାମ କରିଛନ୍ତି। ସେ ଆଫ୍ରିକୀୟ ରାଷ୍ଟ୍ର ମାଡାଗାସ୍କାରରେ ୧୯୯୯ ମସିହା ସେପ୍ଟେମ୍ବରରୁ ୨୦୦୧ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଭାରତୀୟ ରାଷ୍ଟ୍ରଦୂତ ଭାବେ କାମ କରିଥିଲେ। ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ସେ ବ୍ୟାଙ୍କ ଅଧିକାରୀ ଏବଂ ଅଧ୍ୟାପକ ଭାବେ କାମ କରିଥିଲେ।

ରେଭେନ୍ସା କଲେଜରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।  ଅବସର ପରେ ସେ ଓଡ଼ିଆ  ଓ ଇଂରାଜୀ ଖବରକାଗଜ ପାଇଁ ସ୍ତମ୍ଭକାର ଭାବେ କାମ କରୁଥିଲେ। ଏଥିସହିତ ବିଭିନ୍ନ ସାମାଜିକ କାମରେ ଜଡିତ ରହିଥିଲେ। ଅବସର ବେଉରିଆଙ୍କର ଅକାଳ ବିୟୋଗ ଓଡ଼ିଆ ଜାତି ତଥା ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି  ।

Related Articles

Back to top button