ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସକାଳେ ଦଳ ଛାଡିଥିବା ଘୋଷଣା କରିଥିବାବେଳେ ବର୍ତ୍ତମାନ ବିଜେପି କାର୍ଯ୍ୟାଳୟରେ ବିଜୟପାଲ ସିଂ ତୋମାର, ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ରହିଛି ଏବଂ ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ସମୀର ଦାଶ ବିଜେପିରେ ଯୋଗ ଦେଇଛନ୍ତି । ତେବେ ସକାଳେ ଭିଡିଓ ବାର୍ତ୍ତା ମାଧ୍ୟମରେ ବିଜେଡି ଛାଡିଥିବା ସୂଚନା ଦେଇଥିଲେ ଏବଂ ବିଜେଡି ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ହରାଇଥିବାରୁ ସେ ଦଳ ଛାଡିଥିବା ସୂଚନା ଦେଇଥିଲେ । ତେବେ ସମୀର ଦାଶ ୩ ଥର ବିଜେଡି ବିଧାୟକ ରହିସାରିଥିଲେ ମଧ୍ୟ ଦଳ ୨୦୨୪ ନିର୍ବାଚନ ପାଇଁ ତାଙ୍କୁ ଟିକେଟ ଦେଇନଥିଲା । ତେବେ ଶତାଧିକ କର୍ମୀଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଥିବା ସତ୍ୱେ ଦଳ ନିମାପଡାରେ କୌଣସି ପରିବର୍ତ୍ତନ କରିନଥିଲା । ଶେଷରେ ଟିକେଟ ନ ମିଳିଥିବାରୁ ବିଜେଡି ଛାଡି ଏବେ ବିଜେପିରେ ଯୋଗ ଦେଇଛନ୍ତି ।  ସମୀରଙ୍କ ଉପସ୍ଥିତି ବିଜେପିର ଶକ୍ତି ବଢାଇବ । ତେବେ ସେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡିରୁ ବିଧାୟକ ହୋଇଥିଲେ ।

Related Articles

Back to top button