ଜାନୁଆରୀ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା : ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା
‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁଣି ଏକ ବଡ ଘୋଷଣା କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ପର୍ଯ୍ୟନ୍ତ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି । ୩୧ ହଜାର ଅପଟ୍ ଆଉଟ୍ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ ହଜାର ମହିଳା ଅପଟ୍ ଇନ୍ ନ କରିପାରନ୍ତି । ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ୨ ଲକ୍ଷରୁ ଅଧିକ ଇ-କେୱାଇସି ଅପ୍ଡେଟ୍ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।