ମାଲବାହୀ ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ: ବିଶାଖାପାଟଣା-କିରଣ୍ଡଲ ଯାତ୍ରୀବାହୀ ଟ୍ରେନ ବାତିଲ

କୋରାପୁଟ୍‌: ଆନ୍ଧ୍ରର ଶିବଲିଙ୍ଗପୁରଠାରେ ଏକ ଟନେଲରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ଯୋଗୁ ବିଶାଖାପାଟଣା-କିରଣ୍ଡଲ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଥିବା ବିଶାଖାପାଟଣା ଡିଆରଏମ ଅନୁପ ଶତପଥୀ ସୂଚନା ଦେଇଛନ୍ତି। ମିଳିଥିବା ସୁଚନା ଅନୁଯାୟୀ, ଗୁରବାର ଭୋରରୁ ଆନ୍ଧ୍ରର କୋତାବାଲସା- ଆରକୁ ମଧ୍ୟରେ ଥିବା ଶିବଲିଙ୍ଗପୁରମ୍‌ ନିକଟରେ ଛତିଶଗଡର କିରଣ୍ଡଲରୁ ବିଶାଖାପାଟଣା ଲୁହାପଥର ନେଇଯାଉଥିବା ଏକ ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଥିଲା।

ଖବର ପାଇ ବିଶାଖାପାଟଣା ରେଲୱେ ଡିଭିଜନ ପକ୍ଷରୁ ଏକ ସ୍ବତନ୍ତ୍ର ମରାମତି ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ସହ ଯୁଦ୍ଧକାଳୀନ ଭାବେ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣା ଯୋଗୁ ବିଶାଖାପାଟଣା-ଜଗଦଲପୁର ଯାତ୍ରୀବାହୀ ଟ୍ରେନକୁ ରେଲୱେ ପକ୍ଷରୁ ଗୁରବାର ପାଇଁ ବାତିଲ କରାଯାଇଛି। ସୁଚନା ଥାଉକି ଯେ, ଗତ ୧୬ ଦିନ ମଧ୍ୟରେ ଶିବଲିଙ୍ଗପୁରଠାରେ ଦୁଇ ଥର ଏପରି ଘଟଣା ଘଟିଲାଣି। ଗତ ଜାନୁଆରୀ ୧୭ରେ ଶିବଲିଙ୍ଗପୁରଠାରେ ବିଶାଖାପାଟଣାରୁ କିରଣ୍ଡଳ ଆସୁଥିବା ଯାତ୍ରୀବାହୀ ଟ୍ରେନର ୬ ନମ୍ବର ବଗି ଲାଇନଚ୍ୟୁତ ହୋଇଥିଲା।

Related Articles

Back to top button