ଆଜିଠାରୁ ଶିମିଳିପାଳ ସମେତ ୩ ବନଖଣ୍ଡରେ ବାଘ ଗଣନା ପାଇଁ ପ୍ରସ୍ତୁତି

ଆଜିଠାରୁ ଶିମିଳିପାଳ ସମେତ ୩ ବନଖଣ୍ଡରେ ବାଘ ଗଣନା ପାଇଁ ପ୍ରସ୍ତୁତି। ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଶିମିଳିପାଳ ଅଭୟାରଣ୍ୟର ଥିବା ୧୬ ଟି ରେଞ୍ଜ ର ୨୦୯ ବିଟରେ ବାଘ ଗଣନା ହେବ ।

୨ହଜାର ୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୬ଟି ରେଞ୍ଜର ୧୭୩ ବିଟ୍ ଏବଂ ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଆଦି ବନଖଣ୍ଡର କେତେକ ରେଞ୍ଜରେ ବାଘ ଗଣନା ଆରମ୍ଭ ହେବ।

ପ୍ରତିବର୍ଷ ବ୍ୟାଘ୍ର ପ୍ରକଳ୍ପ ଗୁଡ଼ିକରେ ଏହି ଗଣନା କାର୍ଯ୍ୟ ହୋଇଥାଏ। ଓଡ଼ିଶାର ସର୍ବବୃହତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ତାଲିମପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଣନା ଆରମ୍ଭ ହେବ। ପ୍ରେସର ଇମ୍ପେସନ ପ୍ୟାଡ ଅଥବା ପିଆଇପି , ଟ୍ରାପ କ୍ୟାମେରା , ଗଣନା ଓ ଟ୍ରାନଜେକ୍ଟ ଲାଇନ୍ ମାଧ୍ୟମରେ ବାଘ ଗଣନା ହେବ।

୩ଟି ପର୍ଯ୍ୟାୟରେ ବାଘ ଗଣନା କରାଯିବ। ଶିମିଳିପାଳ ଅଭୟାରଣ୍ୟ ରେ ବାଘ ଗଣନା ପାଇଁ ୨୦୯ ଟି ଟିମ କରାଯାଇଛି । ଏହି ଟିମ କୁ ରେଞ୍ଜ ଅଫିସର , ACF ଓ ଡେପୁଟି ଡ଼ାଇରେକ୍ଟର ତଦାରଖ କରିବେ ।

Related Articles

Back to top button